India’s First Cow Dung Paint Manufacturing Company: ଗୋବରରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ, ଥରେ ଲଗାଇଲେ 5 ବର୍ଷ ଲାଷ୍ଟିଂ- ଗୋମୟ ରଙ୍ଗ

ଗୋବରରୁ ପ୍ରସ୍ତୁତ ହେଉଛି ରଙ୍ଗ । ତା ପୁଣି ପ୍ରାକୃତିକ ରଙ୍ଗ । ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟି ସତ । ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଭିନ୍ନ ଧରର ରଙ୍ଗ ପ୍ରସ୍ତୁତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦୁର୍ଗା ପ୍ରିୟଦର୍ଶିନୀ ସାହୁ । ଏକ ସ୍ବତନ୍ତ୍ର ପଦ୍ଧତିରେ, 30 ପ୍ରତିଶତ ଗୋବର ରହିଥିବା ଏହି ପ୍ରାକୃତିକ ଗୋମୟ ପେଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି ଦୁର୍ଗା ପ୍ରିୟଦର୍ଶିନୀ । ଏଥିପାଇଁ ସ୍ଥାନୀୟ ଚାଷୀଙ୍କଠାରୁ ସେ ପ୍ରଥମେ କେଜି ପିଛା ୫ ଟଙ୍କା ମୂଲ୍ୟରେ ଗୋବର କିଣନ୍ତି । ଅଧିକ ପଢ଼ନ୍ତୁ

ବରଗଡ଼: ଆଜିର ନାରୀ ଆଉ ଅବଳା ଦୁର୍ବଳା ନୁହେଁ । ଆଜିର ନାରୀ ନିଜ ବୁଦ୍ଧିବଳରେ ଜଗତ ଜୟ କରିବାର ମନୋବୃଦ୍ଧି ରଖେ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ଉଦ୍ୟୋଗୀ ଗୋବରରୁ ଏକ ପ୍ରାକୃତିକ ପେଣ୍ଟ୍‌ ବିକଶିତ କରିଛନ୍ତି । ଏହି ପେଣ୍ଟ୍‌ର ନାମ ହେଉଛି ଗୋମୟ ପେଣ୍ଟ । ଅନ୍ୟ କେମିକାଲ ଯୁକ୍ତ ପେଣ୍ଟ ଅପେକ୍ଷା ଗୋମେୟ ପେଣ୍ଟ ସୁଲଭ ଓ ଶସ୍ତା । ବଜାରରେ ଏହାର ଚାହିଦା ଧୀରେଧୀରେ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ନେଇ ଦେଶବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମହିଳା ଉଦ୍ୟୋଗୀ ଦୁର୍ଗା ପ୍ରିୟଦର୍ଶିନୀ ସାହୁ ।

 

ଗୋବରରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ, ରୋଜଗାର ଦେଉଛି ଗୋମୟ ପେଣ୍ଟ୍‌

ବିବାହର 10 ବର୍ଷ ପରେ ସେ ହଠାତ ନିଜେ କିଛି କରି ଦେଖାଇବାକୁ ମନସ୍ତ କରିଥିଲେ ଦୁର୍ଗା । ଏଥିରେ ତାଙ୍କ ପରିବାର ମଧ୍ୟ ଭରପୁର ସମର୍ଥନ କରିତିଲେ । ଏହାପରେ ଗୋମୟ ପେଣ୍ଟ୍‌ର ମୂଳଦୁଆ ପଡ଼ିଥିଲା । ଗାଇର ଗୋବରରୁ ପ୍ରକୃତିକ ରଙ୍ଗ ବା ପେଣ୍ଟ୍‌ ତିଆରି କରିବାକୁ ଚିନ୍ତା କରିଥିଲେ ଦୁର୍ଗା । ବହୁ ପରୀକ୍ଷଣ ପରେ ତାହା ଫଳପ୍ରଦ ହୋଇଛି । ଏହି ପ୍ରାକୃତିକ ପେଣ୍ଟ୍‌ରେ 30 ପ୍ରତିଶତ ଗୋବର ରହିଛି । ଗୋମୟ ପେଣ୍ଟରେ ଆଣ୍ଟି ବେକ୍ଟେରିଆଲ ଗୁଣ ରହିଛି । ଘରେ ଲଗାଇବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ଓ ରେଡିଏସନରୁ ରକ୍ଷା ମିଳିପାରିବ ।

କିଭଳି ଗୋହତ୍ୟା ରୋକାଯାଇପାରିବ ? ଗରିବ ଚାଷୀ ବୃଦ୍ଧ ଗାଈଗୋରୁଙ୍କୁ ବିକ୍ରି ନକରି କିପରି ଲାଭବାନ ହୋଇପାରିବେ ? ଏ ଦିଗରେ ଚିନ୍ତା କରି ଗୋମୟ ପେଣ୍ଟ ବିକଶିତ କରିଛନ୍ତି ଦୁର୍ଗା । ଉଭୟ ଘର ଭିତରେ ଓ ବାହାରେ ଏହି ଗୋମୟ ପେଣ୍ଟ୍‌ ଲଗାଯାଇପାରିବ । 5 ବର୍ଷ ପର୍ଯ୍ୟନ୍ତ ପେଣ୍ଟ ଖରାପ ହେବ ନାହି ବୋଲି କହନ୍ତି ଦୁର୍ଗା । ଚାଷୀଙ୍କଠାରୁ ଗୋବର କେଜି ପ୍ରତି ୫ଟଙ୍କା ମୂଲ୍ୟରେ କିଣୁଛନ୍ତି ଦୁର୍ଗା । ଏହାଦ୍ବାରା ଚାଷୀ ଦୁଇ ପଇସା ରୋଜଗାର ମଧ୍ୟ କରି ପାରୁଛି । ବରଗଡ଼ ସହ ରାଜସ୍ଥାନରେ ମଧ୍ୟ ଦୁର୍ଗାଙ୍କ ଏକ ଗୋମୟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଛି ।

ଦୁର୍ଗା ପ୍ରିୟଦର୍ଶିନୀ ସାହୁ କହିଛନ୍ତି, “କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ପାଇଁ, ଆମେ ଏହି ପଦକ୍ଷେପ ନେଇଛୁ । ଏହି ପେଣ୍ଟ୍ ତିଆରି କରିବାକୁ, ଆମେ 30 ପ୍ରତିଶତ ଗୋବର ବ୍ୟବହାର କରୁ ଏବଂ ଏହା ପ୍ରାକୃତିକ ରଙ୍ଗ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଅଛି ଏବଂ ଏହାକୁ ଘରେ ଲଗାଇଲେ ଏହା ଘରକୁ ନକାରାତ୍ମକ ଶକ୍ତି ଏବଂ ବିକିରଣରୁ ମଧ୍ୟ ରକ୍ଷା କରିଥାଏ । ଏହି ଗୋମାଇ ପେଣ୍ଟ ଉଭୟ ଘର ଭିତରେ ଏବଂ ବାହାରେ ପ୍ରୟୋଗ କରାଯାଇପାରିବ ଏବଂ 5 ବର୍ଷ ପର୍ଯ୍ୟନ୍ତ ଖରାପ ହେବ ନାହିଁ ।”

ମଫସଲ ପିପଲଖୁଣ୍ଟା ଗ୍ରାମରେ ୨୫୦୦ ବର୍ଗଫୁଟ ଅଞ୍ଚଳରେ ଠିଆ ହୋଇଛି ଗୋମୟ ପେଣ୍ଟ ପ୍ଲାଣ୍ଟ । ଚାଷୀଙ୍କଠାରୁ ଗୋବର ସଂଗ୍ରହ କରିବା ପରେ ଏଥିରେ ପାଣି ମିଶାଇ ଏହାକୁ ଘଣ୍ଟା ଯାଇଥାଏ । ପରେ ଏହାକୁ ଏକ ବଡ ଗ୍ରାଇଣ୍ଡର ମେସିନ ସାହାଯ୍ୟରେ ଉତ୍ତପ୍ତ କରିବା ସହ ଫେଣ୍ଟା ଯାଇଥାଏ । ଏହି କାମ ପ୍ରାୟ ଦୁଇ ଦିନ ଧରି ମେସିନ ସାହାଯ୍ୟରେ କରାଯାଇଥାଏ । ଏହାପରେ ବିଭିନ୍ନ ପ୍ରୋସେସର ମାଧ୍ୟମରେ କିଛି କେମିକାଲ ରଙ୍ଗ ଏଥିରେ ମିଶ୍ରଣ ହୋଇଥାଏ । ପେଣ୍ଟ୍‌ ପ୍ରସ୍ତୁତ ହେବାପରେ ଏହାକୁ ଓଜନ ଓ ରଙ୍ଗ ଅନୁଯାୟୀ ଭିନ୍ନ ଭିନ୍ନ ପାତ୍ରରେ ରଖାଯାଇଥାଏ ।

Publish News Link – https://www.etvbharat.com/oriya/odisha/state/bargarh/indias-first-cow-dung-paint-plant-women-entrepreneur-made-cow-dung-paint-plant-and-generate-employment-in-bargarh/or20220804230314540540847

About Author

Call Now